This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ହାଟପଦା ପଡ଼ାର ଚାଉଳ ବ୍ୟବସାୟୀ ମଙ୍ଗଲୁ ଅଗ୍ରୱାଲଙ୍କ ଘରେ ଡକାୟତି ଘଟଣା - ବଲାଙ୍ଗିରରୁ ଆସିଲା ସାଇନଟିଫିକ୍ ଟିମ
Titlagarh, Balangir | Sep 13, 2025
ଶୁକ୍ରବାର ରାତି ପାଖାପାଖି ଗୋଟାଏ ସମୟରେ ଟିଟିଲାଗଡ଼ ହାଟପଦା ପଡ଼ାର ମଙ୍ଗଳୁ ଅଗ୍ରୱାଲଙ୍କ ଘରେ ଦଶରୁ ଉର୍ଦ୍ଧ୍ବ ଜଣ ଡକାୟତ ପଶି ତାଙ୍କର ପୁଅ ଏବଂ ବୋହୂଙ୍କୁ ହାତ ଗୋଡ ବାନ୍ଧି ଘରେ ଡକାୟତି କରି ସୁନା ଗହଣା ଟଙ୍କା ଲୁଟି ନେଇ ଫେରାର ମାରିଥିଲେ। ସେମାନେ ଫେରାର ମାରିଲା ପରେ ପାଖ ପଡିଶାଙ୍କୁ ଡାକି ଗୁହାରି କରିଥିଲେ। ତାପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଅନୁସନ୍ଧାନ କରି ବଲାଙ୍ଗିର ରୁ ସାଇନଟି ଫିକ୍ ଟିମ ଦ୍ୱିପହର ୩ ଟା ସମୟରେ ଆସି ପ୍ରମାଣ ସଂଗ୍ରହ କରୁଛନ୍ତି। ତେବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ଅଗ୍ରୱାଲଲ ପରିବାର