This browser does not support the video element.
ବ୍ରହ୍ମଗିରି: ବୁଧବାର ବ୍ରହ୍ମଗିରି ରାସ୍ତାରେ ପଡିଯିବାରୁ ଯୁବକଙ୍କୁ ମାରିଲେ ସୁପରଭାଇଜର ଓ ଠିକାଦାର, ବ୍ରହ୍ମଗିରି ଥାନାରେ ମାମଲା ରୁଜ୍ଜୁ
Brahmagiri, Puri | Mar 13, 2024
ବୁଧବାର ଦିନ 2ଘଟିକା ସମୟରେ ଜଣେ ଯୁବକ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବଜାର ଦେଇ ଯାଉଥିବାବେଳେ ରାସ୍ତା ତିଆରି ହେଉଥିବାରୁ, ସଂକୀର୍ଣ୍ଣ ରାସ୍ତାରେ ଯାଇ ତଳେ ପଡ଼ି ଥିଲେ, ଏହା ପରେ ରାସ୍ତା କାମ ଖରାପ ହୋଇଗଲା କହି ସୂପର୍ଭାଇଯାର ଏବଂ ଠିକାଦାର ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରିବା ସହିତ ଶାବଳ ରେ ମାରି ଥିବା ଅଭିଯୋଗ ନେଇ ବ୍ରହ୍ମଗିରି ଥାନାରେ ଏକ ଏତଲା ଦେଇଥିଲେ ଯୁବକ ଜଣକ । ଏହି ଏତଲା କୁ ଭିତ୍ତି କରି ବ୍ରହ୍ମଗିରି ଥାନାରେ 106/24 ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ହସ୍ତଗତ ହୋଇଛି ।