This browser does not support the video element.
ପୋଲସରା: ବୁଗୁଡ଼ା ବ୍ଲକ ସ୍ଥରୀୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ,ଭିତ୍ତିପ୍ରସ୍ତର ସ୍ଥାପନ ସହ ବାଦୁଆରେ ବିଜେପି ମିଶ୍ରଣ ପର୍ବ ରେ ଯୋଗଦେଲେ ମନ୍ତ୍ରୀ
Polasara, Ganjam | Sep 8, 2025
ଗଞ୍ଜାମ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ବୁଗୁଡ଼ା ବ୍ଲକ ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ବାଦୁଆ ଗ୍ରାମରେ ଏକ ମିଶ୍ରଣ ପର୍ବ ରେ ଯୋଗଦେଇଛନ୍ତି । ସେ ପ୍ରଥମେ ବୁଗୁଡା ପିପୁଲସ୍ ହାଇସ୍କୁଲ ,ପରେ ଗୋଲିଆ ତପୋବନ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚି ଅତିରିକ୍ତ ଦୁଇ ଶ୍ରେଣୀ ଗୃହ ଓ ନିଖିଳ ଉତ୍କଳ ତେଲେଗା ଦୋରା ସମାଜର କୋଠଘର ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସହିତ ବାଦୁଆ ଗ୍ରାମର ଖଦାଳ ସାହିର କୋଠଘର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l