This browser does not support the video element.
ବୌଦ୍ଧ ସଦର: ରାମ୍ଭିକଟା ଗ୍ରାମର କୁକୁଡା ଫାର୍ମରୁ ନାଗ ସାପ ଉଦ୍ଧାର
Baudh Sadar, Boudh (Bauda) | Oct 1, 2025
ବୁଧବାର ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଗ୍ରାମର ଏକ କୁକୁଡା ଫାର୍ମରୁ ନାଗ ସାପ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ରାମ୍ଭିକଟା ଗ୍ରାମର ସାଜିତ୍ ଖଁlଙ୍କ କୁକୁଡା ଫାର୍ମ ମଧ୍ୟକୁ ଗତ ରାତିରେ ଏକ ନାଗ ସାପ ପଶି ଆସିଥିଲା ଓ 4 ଗୋଟି କୁକୁଡାକୁ ମାରି ଦେଇଥିଲା l ସକାଳେ ଫାର୍ମର ଗୋଟିଏ କୋଣରେ ସାପଟି ରହିଥିବା ମାଲିକ ଦେଖିପାରି ଥିଲେ l ସାପଟି ସେଠାରେ ଥିବା ଗୋଟିଏ ପାଇପ ଖଣ୍ଡ ମଧ୍ୟରେ ପଶି ଯାଇଥିଲା l ଫାର୍ମ ମାଲିକ ସାପ ସହ ପାଇପକୁ ଧରି ନିକଟସ୍ଥ ଜଙ୍ଗଲରେ ନାଗ ସାପକୁ ଛାଡି ଦେଇଥିବା ସୂଚନା ମିଳିଛି l