This browser does not support the video element.
ମଞ୍ଚେଶ୍ବର: ମଞ୍ଚେଶ୍ୱର କାଳୀଖମା ବ୍ରିଜ ନିକଟରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ଜିଆରପି ପୋଲିସ
Mancheswar, Khordha | Nov 14, 2024
ଆଜି 8.34ରେ ମଞ୍ଚେଶ୍ୱର କାଳୀଖମା ବ୍ରିଜ ନିକଟରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି | ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ GRP ପୋଲିସ ପହଂଚି ତଦନ୍ତ କରିଛନ୍ତି | ସେପଟେ ମୃତ ଦେହକୁ ଜବତ କରି ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ | ମୃତ ଯୁବକଙ୍କ ପରିଚୟ ମିଳିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି GRP ଥାନା ଅଧିକାରୀ |