This browser does not support the video element.
ସୁନ୍ଦରଗଡ ସହର: ହେମଗିର ଗଇକନ ପାଲି ନିକଟରେ ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ
Sundargarh Town, Sundargarh | Sep 7, 2025
ଆଜି ସେପ୍ଟେମ୍ୱର 7 ତାରିଖ ରବିବାର ଭୋର 4 ଟା ପାଖାପାଖି ଏହି ଘଟଣା ଘଟିଥିବା କଥା ଲୋକେ ଅନୁମାନ କରୁଛନ୍ତି। ମୃତକ ହେଲେ ଗଇକନ ପାଲିର ମନୋଜ ଭୋଇ, ବୟସ - 30। ତାଙ୍କର ଗଇକନ ପାଲି ଛକରେ ଏକ ଢ଼ାବା ଅଛି। ସମ୍ଭବତଃ ସେ ଢାବାକୁ ଯାଉଥିବା ବେଳେ କୌଣସି ଏକ ଅଜଣା ଭାରି ଯାନ ତାଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି। ଅପରପକ୍ଷେ ହେମଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନା ଘନା ଜାରି ରଖିଛନ୍ତି।