Download Now Banner

This browser does not support the video element.

ସୋର: ବାଗୁଡ଼ି ସପିଙ୍ଗ ମଲ କୁ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ, ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ସହଯୋଗୀ ବି ଗିରଫ

Soro, Balasore | Sep 13, 2025
ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡି ବଜାରରେ ଥିବା ଭଗବତୀ ଟ୍ରେଡ଼ର୍ସ ସପିଂ ମଲ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରାଯାଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ ୨ ଜଣ ସହଯୋଗୀଙ୍କୁ ସୋର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦପୁର ଗ୍ରାମର ପପୁ ମଳିକ (୨୭), ସହଯୋଗୀ କେଶରୀପୁର ଗ୍ରାମର ଅରୁଣ ମଳିକ (୪୧) ଏବଂ ତରତୁଆ ଗ୍ରାମର ବିଦ୍ୟାଧର ରାଉତ (୩୪)।ଅଭିଯୋଗ ଅନୁସାରେ ବାଗୁଡି ବଜାରରେ ଥିବା ଭଗବତୀ ଟ୍ରେଡ଼ର୍ସର ମାଲିକ ମୁକ୍ତିକାନ୍ତ ଘଡେଇଙ୍କୁ ଗୋବିନ୍ଦପୁର ଗ୍ରାମର ପପୁ ମଳିକ ଏକ ଲକ୍ଷ ଟଙ୍କା ବଟି ମାଗିଥିଲେ।
Read More News
T & CPrivacy PolicyContact Us