This browser does not support the video element.
ଫୁଲବାଣୀ ସହର: ଫୁଲବାଣୀରେ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ, ବିରାଟ ପଟୁଆରରେ ଦୁଲୁକିଲା ସହର
Phulabani Town, Kandhamal | May 10, 2024
ପରମ୍ପରା ପ୍ରକାରେ ପବିତ୍ର ଅକ୍ଷୟ ତୃତୀୟ ଦିବସ ଅବସରରେ ଆଜି ଠାରୁ ଆରମ୍ଭ ହୋଇଛି ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା । ଶୁକ୍ରବାର ସକାଳେ ପାଶ୍ୱର୍ଦେବୀ ମା ବରାଳଦେବୀ , ମା ବ୍ୟାଘ୍ରଦେବୀ , ମା ବ୍ରାହ୍ମଣଦେବୀ ଓ ଗ୍ରାମ୍ୟଦେବୀଙ୍କୁ ପଟୁଆରେ ହାଟପଦା ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା । ସଂନ୍ଧ୍ୟାରେ ସାଢ଼େ ୭ ଘଣ୍ଟିକା ସମୟରେ ଏକ ବିରାଟ ପଟୁଆର ସହିତ ବାଣ , ବାଜା ,ବାଜଣା ବଜାଇ ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ସାମିଲ୍ ହୋଇ ମା ନାରାୟଣୀଙ୍କୁ ବରଣ ପାଇଁ ଯାଇଥିଲେ । ପଟୁଆରରେ ଦୁଲୁକିଥିଲା ସମଗ୍ର ଫୁଲବାଣୀ ସହର ।