This browser does not support the video element.
ଚମ୍ପୁଆ: କଳିଙ୍ଗ ଦୁର୍ଗାପୂଜା ମେଢରେ ଦେଖାଗଲା ହଜାର ହଜାର ଲୋକଙ୍କ ଭିଡ
Champua, Kendujhar | Sep 29, 2025
ଆଜି ବଡବିଲ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ମାଙ୍କ ମହା ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ସେହି କ୍ରମରେ କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ କଳିଙ୍ଗ ଦୁର୍ଗାପୂଜା ମେଢରେ ହଜାର ହଜାର ଲୋକ ମା ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି। ଆକର୍ଷଣୀୟ ତୋରଣ ସାଂଗକୁ ମେଳା ଲୋକଙ୍କୁ ଆକୃଷ୍ଟ କରିଥିବା ବେଳେ ଏହା ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି। ଭିଡ ନିୟନ୍ତ୍ରଣ ସହ ଲୋକଙ୍କ ସୁବିଧାର୍ଥେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ବେଳେ ବଡବିଲ ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ମଧ୍ୟ ଏହି ମେଢ଼ ତଦାରଖ କରୁଥିବା ଦେଖା ଯାଇଥିଲା।