This browser does not support the video element.
ବିଞ୍ଝାରପୁର: ଯାଜପୁର ବ୍ଲକ ପରିସର ରେ ଥିବା ସମ୍ମିଳନୀ କକ୍ଷରେ ଯାଜପୁର ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
Binjharpur, Jajpur | Jul 19, 2024
ଯାଜପୁର ବ୍ଲକ ପରିସର ରେ ଥିବା ସମ୍ମିଳନୀ କକ୍ଷରେ ଯାଜପୁର ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବିଡିଓ ସ୍ଵାଗତ ଦାସଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ବରି ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପ୍ରାରମ୍ଭ ରେ ଯାଜପୁର ବ୍ଲକ ଅଧକ୍ଷା ସ୍ୱର୍ଣାଲତା ପରିଡ଼ା ଉଭୟ ବିଧାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ଵାଗତ କରିଥିଲେ। ଏହି ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ମାନେ ଯୋଗ ଦେଇ ଥିଲେ।