This browser does not support the video element.
କଟକ ପୌରାଞ୍ଚଳ: ସିଡିଏମଓଙ୍କ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଦେଉଳ ସାହି ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
Cuttack M Corp PS, Cuttack | Aug 22, 2025
କଟକ ସିଡିଏମଓ କାର୍ଯ୍ୟାଳୟର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ୫ ଟି ସ୍ଥାନରେ ଶୁକ୍ରବାର ଦିନ ୨ ଟା ପର୍ଯ୍ୟନ୍ତ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ସହ ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଛି। କଟକ ଜିଲ୍ଳାର ୫ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଜୋବ୍ରାରେ ଥିବା ଘର, ଦେଉଳ ସାହିରେ ଶଶୁର ଘର, ଅଫିସ, ଚୌଦ୍ଵାରରେ ଥିବା ଫାର୍ମ, କିଶୋରନଗରରେ ଥିବା ଅନ୍ୟ ଏକ ଘରେ ଚାଲିଛି ଏହି ରେଡ। ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏହି ରେଡରେ ସାମିଲ ଅଛନ୍ତି।