This browser does not support the video element.
ଯାଜପୁର: ଗଣେଶ ପୂଜା ଭଷାଣ ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା, କୁଆଖିଆ ଛକରେ ଧାରଣା ଦେଲେ ଓରାଳି ଗ୍ରାମବାସୀ
Jajapur, Jajpur | Sep 5, 2025
ଗଣେଶ ପୂଜା ଭଷାଣ ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା,କୁଆଖିଆ ଛକରେ ଧାରଣା ଦେଲେ ଓରାଳି ଗ୍ରାମବାସୀ, ପୋଲିସର ପ୍ରତିଶ୍ରୁତି ପରେ ହଟିଲା ଧାରଣା l କୁଆଖିଆ ନିକଟସ୍ଥ ସାରଙ୍ଗପୁର ଓ ଓରାଳି ଗ୍ରାମର ଗଣେଶ ମେଢ଼ ଭଷାଣ ଉତ୍ସବ ବଜାର ପରିକ୍ରମା କରୁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହେବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। କାଚ ବୋତଲ ସହ ପଥର ମାଡ଼ ହୋଇଥିଲା। ଖବର ପାଇ କୁଆଖିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ମନାଇ ବିଫଳ ହେବାରୁ ଗଣ୍ଡଗୋଳ ଭୟଙ୍କର ରୁପ ଧାରଣ କରିଥିଲା।