This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ ଆଜାଦ କଲ୍ୟାଣ ମଣ୍ଡପରେ ମୁସଲିମ ୟୁଥ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ପୂର୍ବତନ ବିଧାୟକ
Jajapur, Jajpur | Sep 4, 2025
ଯାଜପୁର ଟାଉନ ସ୍ଥିତ ଆଜାଦ କଲ୍ୟାଣ ମଣ୍ଡପରେ ମୁସଲିମ ୟୁଥ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ,ଯୋଗଦେଲେ ପୂର୍ବତନ ବିଧାୟକ l ଆଜି ମୁସଲିମ ୟୁଥ ସଙ୍ଘ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏଥିସହିତ ଆଜିର ଦିନରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍ଘର ଏଭଳି କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ ଶ୍ରୀ ଦାସ l ଏହି ଅବସରରେ ଅନେକ ମୁସଲିମ ଯୁବକ, ଯୁବତୀ ଯୋଗଦେଇ ରକ୍ତଦାନ କରିଥିଲେ l ଏହି ଅବସରରେ ସଙ୍ଘ ପକ୍ଷରୁ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l