This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ଠାରେ ପୂଜା ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ
Bhadrak Rural, Bhadrak | Aug 27, 2025
ପୂଜା ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ। ଆଜି ଅପରାହ୍ନରେ ଭଦ୍ରକ ଚରମ୍ପାର ବୁଦ୍ଧିଆ ଗଣେଶ ମଣ୍ଡପରେ ଅନୁଷ୍ଠିତ ବିଘ୍ନବିନାଶକଙ୍କ ପୂଜାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।। ଚଳିତ ବର୍ଷ ମଣ୍ଡପରେ ବାବା ଗଣପତିଙ୍କ ପୂଜୋତ୍ସବର 71ତମ ବର୍ଷ ପୂର୍ତ୍ତି ହୋଇଥିବାରୁ ଶ୍ରଦ୍ଧାଳୁମାନେ ବେଶ୍ ଉତ୍ସାହିତ ଅଛନ୍ତି। ସେମାନଙ୍କ ସହ ପୂଜାରେ ସାମିଲ ହୋଇ ଅଞ୍ଚଳର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ।