This browser does not support the video element.
ଝାରସୁଗୁଡା: ଜାତୀୟ ରାଜପଥ-୪୯ ବରଘାଟ ନିକଟରେ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଛି ହାଇୱା ଗାଡି
Jharsuguda, Jharsuguda | Sep 9, 2025
ଝାରସୁଗୁଡା ରୁ ରାୟଗଡ଼ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୯ ବରଘାଟ ନିକଟରେ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଛି ହାଇୱା ଗାଡି l ମୋରମ ଖଲି କରୁଥିବାବେଳେ ମୋରମ ଭାରରେ ହାଇୱା ର ଟ୍ରଲି ର ପଛ ପଟ ଚାପି ହୋଇ ଅଗ ଚକ ଦୁଇଟି ମୁଣ୍ଡେ ଉପରକୁ ଟେକି ହୋଇଛି l ଏହିପରି ଅଭାବନୀୟ ଦୃଶ୍ୟ ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ୨୦ ରେ ଦେଖିବାକୁ ମିଳିଛି l ତେବେ ହାଇୱା ଗାଡି ର ଆଗ ଚକ ଦୁଇଟି ସମ୍ପୂର୍ଣ ଉପରକୁ ଟେକି ରହି ଥିବାବେଳେ ଦୁର୍ଘଟଣା ଭୟରେ ଚାଳକ ମଧ୍ୟ ଗାଡି ପାଖରେ ନଥିବା ଦେଖିବାକୁ ମିଳିଛି l