This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନାଞ୍ଚଳରେ ଜଣେ ଡେଲିଭରି ବୟ ଠାରୁ ବିନା ପଇସା ଦେଇ ଜଣେ ବ୍ୟକ୍ତି ପାର୍ସଲ ଧରି ମାରିଲେ ଚମ୍ପଟ, ଟାଉନ ଥାନାରେ ଅଭିଯୋଗ
Sambalpur M, Sambalpur | Sep 8, 2025
ସମ୍ବଲପୁରର ଟାଉନ ଥାନାଞ୍ଚଳରେ ଜଣେ ଡେଲିଭରି ବୟ ଠାରୁ ବିନା ପଇସା ଦେଇ ଜଣେ ବ୍ୟକ୍ତି ପାର୍ସଲ ଧରି ଚମ୍ପଟ ମାରିଛି । ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୂଯାୟୀ, ପାଞ୍ଚଗଛିଆ ଠାରେ ଥିବା ଏକ କୋରିୟର କମ୍ପାନୀରେ କାର୍ଯ୍ୟରତ ଦିନେଶ ବିଶ୍ୱକର୍ମା ନାମକ ଜଣେ କର୍ମଚାରୀ ମୁଦିପଡାର ରାକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାର୍ସଲ ଆସିଥିବାରୁ ତାଙ୍କୁ କଲ କରିଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ଘରେ ନ ଥିବା ବେଳେ ମୁଦିପଡା ଛକ ନିକଟରେ ଥିବାରୁ ସେଠାକୁ ଆସି ଦେଇଦେବାକୁ ଡେଲିଭରୀ ବୟ କୁ କହିଥିଲେ । ଏଣୁ ଡେଲିଭରି ବୟ ଜଣକ ମୁଦିପଡା ଛକକୁ ଯାଇ ପାର୍ସଲ ଆସିଥିବା ବ୍ୟକ୍ତିଙ୍କୁ ପାର୍ସଲ ଦେଇଥିବ