This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟୋରିୟମ ଠାରେ ଶହୀଦ ବାଘାଯତୀନଙ୍କ ୧୦୯ତମ ସ୍ମୃତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ,ଯୋଗ ଦେଲେ ଜିଲ୍ଲାପାଳ
Baleshwar M, Balasore | Aug 21, 2025
ଶହୀଦ ବାଘାଯତୀନଙ୍କ ୧୦୯ତମ ସ୍ମୃତି ଦିବସ ଉପଲକ୍ଷେ ଆସନ୍ତା ୧୦ ସେପ୍ଟେମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେବ।ଏ ନେଇ ଆଜି ଅପରାହ୍ନ ୫ଟାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ହେମନ୍ତ ସିଂ,ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ବାଘାଯତୀନ ଉନ୍ନୟନ କମିଟି ର କାର୍ଯ୍ୟକାରୀ ସଭାପତି, ସମ୍ପାଦକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।