This browser does not support the video element.
ଦେବଗଡ: ରାଜ୍ୟ ବିଜେପି ଉପସଭାପତିଙ୍କ ଦେବଗଡ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ
Debagarh, Debagarh (Deogarh) | Aug 31, 2025
ଦେବଗଡ ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ରବିବାର ଆସିଥିବା ବେଳେ ଦିନ ୪ ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆଜି ସକାଳୁ ଶ୍ରୀ ମହାପାତ୍ରଙ୍କୁ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ କରାଯାଇଥିଲା । ପରେ ବିଜେପି କର୍ମକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳର ସଙ୍ଗଠନ ସୁଦୃଢ କରିବା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ରଞ୍ଜିତ ପଟେଲ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୂତିଆଙ୍କ ସମେତ ବିଜେପି ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।