This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ରେଳ ଓଭର ବ୍ରିଜ ଉପରେ ପାଣି ଯାମ ଯୋଗୁଁ ଯିବା ଆସିବାରେ ଅସୁବିଧା - ପୌରାଧକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ହେଲା ସଫା
Titlagarh, Balangir | Sep 11, 2025
ଟିଟିଲାଗଡ଼ ରେଳ ଓଭର ବ୍ରିଜ ଉପରେ ବର୍ଷା ଯୋଗୁଁ ପାଣି ଜାମ ହୋଇଯାଉଥିଲା। ଯିବା ଆସିବା ସମୟରେ ପାଣି ଛିଟିକି ଲୋକଙ୍କ ଉପରେ ପଡୁଥିଲା। ଓଭର ବ୍ରିଜ ଉପରେ ବାଲି ପଡ଼ି ଜାମ ହେବା ଯୋଗୁଁ ଏଭଳି ଅବସ୍ଥା ହୋଇଥିଲା, ତେବେ ଖବର ପାଇ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ସଫେଇ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ସଫା କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଚାରିଟା ବେଳକୁ ସଫେଇ କର୍ମଚାରୀ ଓ ମୂଖ୍ୟ ଜମାଦାର ସେଠାରେ ସଫେଇ କରିବା ଯୋଗୁଁ ପାଣି ନିଷ୍କାସିତ ହୋଇ ତଳକୁ ଯାଉଚି, ଲୋକଙ୍କୁ ଯିବା ଆସିବାରେ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡୁ ନାହିଁ