This browser does not support the video element.
ଲାଞ୍ଜିଗଡ: ଲାଞ୍ଜିଗଡ଼ ସ୍ଥିତ ସୁଦାମା କୃଷ୍ଣା କନଫ୍ରେନସ ହଲ ଠାରେ ସଭାପତି ଚୟନ ର ସମୀକ୍ଷା ବୈଠକ,
Lanjigarh, Kalahandi | Sep 8, 2025
କଂଗ୍ରେସ କୁ ଆଗାମୀ ଦିନରେ ସୁଦୃଢ଼ କରିବା ଓ ଦାୟିତ୍ୱ ବାନ ବ୍ୟକ୍ତିଙ୍କୁ ନିରପେକ୍ଷ ଭାବେ କିପରି ଜିଲ୍ଲା ସଭାପତି ଚୟନ ହୋଇପାରିବ ସେନେଇ ଆଜି ଲାଞ୍ଜିଗଡ଼ ସ୍ଥିତ ସୁଦାମ କୃଷ୍ଣା କନଫ୍ରେନସ ହଲରେ ଜିଲ୍ଲା ସଭାପତି ଚୟନ ପାଇଁ ସମୀକ୍ଷା ବୈଠକ ଏଆଇସିସି ପର୍ଯ୍ୟବେକ୍ଷକ ଶେଖ ମସ୍ତାନ ଅଲ୍ଲୀ ଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ସଭାପତି ବିଜୟ ନାଏକ, ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ,ନବରଙ୍ଗପୁର ପର୍ଯ୍ୟବେକ୍ଷକ ଦ୍ରୋପଦି ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ।