This browser does not support the video element.
ଦେବଗଡ: କଲଣ୍ଡା ଗ୍ରାମରେ ବେଶ ଧୂମଧାମ ସହିତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
Debagarh, Debagarh (Deogarh) | Oct 6, 2025
ଧରାବତରଣ କରିଛନ୍ତି ଧନଦାତ୍ରୀ । ଆଜି ଠାରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ମା ଗଜଲକ୍ଷ୍ମୀଙ୍କ ଆଗମନରେ ଦେବଗଡ ଜିଲ୍ଲାର କୋଣଅନୁକୋଣରେ ସ୍ଥାପନ ହୋଇଥିବା ପୂଜା ମଣ୍ଡପ ଚଳଚଂଚଳ ହୋଇପଡିଛି । ଏହି କ୍ରମରେ ତିଲେଇବଣି ବ୍ଲକ କଲଣ୍ଡା ଗଜଲକ୍ଷ୍ମୀ ପୂଜା କମିଟୀ ଆନୁକୂଲ୍ୟରେ ୩୫ ତମ ଗଜଲକ୍ଷ୍ମୀ ପୂଜା ବେଶ ଉତ୍ସାହ, ଉଦ୍ଦିପନା ମଧ୍ୟରେ ଅନୁଷ୍ଠିତ ହେଉଛି । ଆଜି ପୂର୍ବାହ୍ନରେ ପାରମ୍ପରିକ ପୂଜାର୍ଚ୍ଚନା, ହୋମଯଜ୍ଞ ସହିତ ମା ଗଜଲକ୍ଷ୍ମୀଙ୍କୁ ଆବାହନ କରାଯାଇଥିବା ବେଳେ ଆସନ୍ତା ବୁଧବାର ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।