This browser does not support the video element.
ପଟ୍ଟାଙ୍ଗୀ: ଗୋ ଚାଲାଣ ହେଉଥିବା କଣ୍ଟେନର ପଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ି ମାଦେଲି ଘାଟିରେ ଦୁର୍ଘଟଣା, ୬୦ ଗାଈ ମୃତ୍ୟୁ
Pottangi, Koraput | May 17, 2025
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତଥା ଅନ୍ତର୍ଗତ ଯୋଡ଼ି ମାଦେଲି ଘାଟିରେ କଣ୍ଟେନର ଦୁର୍ଘଟଣା। ଓଡ଼ିଶାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଗୋରୁ ବୋଝେଇ କଣ୍ଟେନର କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ପାହାଡକୁ ଧକ୍କା ଦେଇଥିଲା । ଉକ୍ତ କଣ୍ଟେନରରେ ଶହେରୁ ଉର୍ଦ୍ଧ୍ବ ଗୋରୁ ଚାଲାଣ କରାଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ ୬୦ ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ନେଇ ଆଜି ଦିନ ୨ଟା ସମୟରେ ସୂଚନା ମିଳିଛି। ନିୟମିତ ଭାବରେ ଉକ୍ତ ରାସ୍ତା ଦେଇ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ବେଳେ ସବୁ ବିଭାଗ ଜାଣି ସୁଦ୍ଧା କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।