This browser does not support the video element.
ବୀରମହାରାଜପୁର: ବେଳପଡା ଛକ ଠାରେ ଘରର ପାଚେରୀକୁ ଧକ୍କା ଦେଲା କାର, କାରରେ ଥିବା ଜଣେ ଗୁରୁତର, ଅଳ୍ପକେ ବର୍ତିଲେ ପରିବାର ଲୋକେ
Biramaharajpur, Subarnapur (Sonepur) | Sep 13, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବେଳପଡା ଛକ ଠାରେ ଗତକାଲି ରାତି ପ୍ରାୟ 10ଟା 45ମିନିଟ ସମୟରେ ଏକ କାର ଘରର ପାଚେରୀକୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା l ଫଳରେ କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଘରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତୀଯାଇଛନ୍ତି l ସୂଚନା ଅନୁସାରେ ଏକ କାର ରାମପୁର ପଟରୁ ବିନିକା ପଟକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ବେଲପଡ଼ା ଛକ ଠାରେ ଏକ ଘରର ପାଚେରୀକୁ ଧକ୍କା ଦେଇ ଭିତରକୁ ଚାଲିଯାଇଛି l କାରରେ ଥିବା ଚାରି ଜନଙ୍କମଧ୍ୟାରୁ ଜଣେ ଗୁରୁତର ହେବାରୁ ତାଙ୍କୁ ସଦର ଡାକ୍ତର ଖନନରେ ଭର୍ତ୍ତି କରାଯାଇଛି l ତେବେ