This browser does not support the video element.
ବଡସାହି: ତୁଳସୀଚଉରା ଗ୍ରାମରେ ତାଲାକାଟି ୪ଗୋଟି ଛେଳିଚୋରି ଅଭିଯୋଗରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ
Barsahi, Mayurbhanj | Sep 8, 2025
ବେତନଟୀ ଉପକଣ୍ଠ ତୁଳସୀଚଉରା ଗ୍ରାମରେ ତାଲାକାଟି ୪ଗୋଟି ଛେଳିଚୋରି କରିନେବା ଅଭିଯୋଗରେ ସୋମବାର ରାତି ସାଢେଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଏତଲାକାରୀ ତୁଳସୀଚଉରା ଗାଁର ଚୈତନ ମହାନ୍ତଙ୍କ ପୁଅ ଭବାନୀ ଶଙ୍କର ମହାନ୍ତଙ୍କ ଅଭିଯୋଗ ମୁତାବକ କୌଣସି ଦୁର୍ବୁତ୍ତ ତାଲାକାଟି ଘରେ ବନ୍ଧାହୋଇ ରହିଥିବା ୫ଟି ଛେଳିରୁ ୪ଟି ଛେଳି ଚୋରିକରି ନେଇଛି l ଏନେଇ ଭବାନୀ ଶଙ୍କରଙ୍କ ଏତଲାକ୍ରମେ ବେତନଟୀ ପୁଲିସ ମାମଲାରୁଜୁ କରିଛି l