Download Now Banner

This browser does not support the video element.

ଦେବଗଡ: ସାନଶିରଡିହ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ଆକ୍ରମଣ ଘଟଣା, ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ

Debagarh, Debagarh (Deogarh) | Aug 23, 2025
ଦେବଗଡ ଥାନା ଅନ୍ତର୍ଗତ ସାନଶିରଡିହ ଗ୍ରାମରେ ଗତ ୨୨ ତାରିଖ ସନ୍ଧ୍ୟାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ଆକ୍ରମଣରେ ଜଣେ ଆହତ ହୋଇଥିଲେ । ଏନେଇ ଆହତ ବ୍ୟକ୍ତି ଶନିବାର ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ରାତି ୯ ଟାରେ ପୋଲିସ ଠାରୁ ସୂଚନା ମିିଳିଛି । ସୂଚନା ଅନୁଯାୟୀ ଜମି ବାଡି ସମ୍ବନ୍ଧିତ ପୂର୍ବ ଶତୃତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ୨୨ ତାରିଖ ସନ୍ଧ୍ୟାରେ ମଦ୍ୟପାନ କରି ସେହି ଗ୍ରାମର ଭାସ୍କର ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ଏକ ଭୁଜାଲିରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା ।
Read More News
T & CPrivacy PolicyContact Us