Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବର୍ଷା, ପବନ ଓ ବଜ୍ରପାତକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

Debagarh, Debagarh (Deogarh) | Sep 5, 2025
ଉତର - ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସକ୍ରିୟ ରହିଛି।ସେହିପରି ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଗୋଟିଏ ଲଘୁଚାପ ନଜାଉଣୁ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି।ଏହାର ପ୍ରଭାବରେ ଦେବଗଡ ଜିଲ୍ଲାରେ ଆଜି ଠାରୁ ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ଏବଂ ଝଡବର୍ଷା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡଘଡି ସହିତ ୩୦ରୁ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଆଜି ଠାରୁ ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି।
Read More News
T & CPrivacy PolicyContact Us