This browser does not support the video element.
ସୁନ୍ଦରଗଡ ସହର: ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଟାଉନ ପୋଲିସ ଦୁଇ ଜଣ ମଦ୍ୟପ ଚାଳକଙ୍କୁ ମୁଣ୍ଡା ପଡ଼ା ଛକରୁ ଉଠାଇଲେ
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ୱର 2 ତାରିଖ ମଙ୍ଗଳବାର ସନ୍ଧ୍ୟା 8:30 ପାଖାପାଖି ସମୟରେ ଟାଉନ ପୋଲିସ ରାତି ପେଟ୍ରୋଲିଂ କରୁଥିବା ବେଳେ ଏହି ମଦ୍ୟପ ଚାଳକ ମାନଙ୍କୁ ରଙ୍ଗାଢିପା ରୋଡର ମୁଣ୍ଡା ପଡ଼ା ଛକରୁ ଉଠାଇବା ସହ ଦୁଇଟି ଦୁଇ ଚକିଆ ଯାନ ଜବତ କରିଛନ୍ତି। OD - 16 K-6689 ନମ୍ବର ବିଶିଷ୍ଟ ମୋଟର ସାଇକେଲ ଓ OD -16N-2581 ନମ୍ବର ବିଶିଷ୍ଟ ଏକ ସ୍କୁଟି ଜବତ ହୋଇଛି। ମଦ୍ୟପ ଚାଳକ ଦୁଇ ଜଣଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଥାନାରେ ଅଟକ ରଖାଯାଇଛି। ଦୁଇ ମଦ୍ୟପ ଚାଳକ ହେଲେ - ଜାମିଲ ମୁଣ୍ଡା ଓ ଆଶିଷ ଷଣ୍ଢ।