This browser does not support the video element.
ତଲସରା: କାଶଂବାହାଲ ନିକଟରେ ଗୋରୁ ବୋଝେଇ ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ,୯ ଗୋରୁ ଉଦ୍ଧାର,ଗାଡି ଜବତ
Talasara, Sundargarh | Sep 26, 2025
ସୁନ୍ଦରଗଡ଼ ଜିଲ୍ଲାର କାଶଂବାହାଲ ଫାଣ୍ଡି ଅଞ୍ଚଳରେ ଆଜି ଭୋରରୁ ସୁନ୍ଦରଗଡ଼ ଠାରୁ ରାଉରକେଲା ପଟକୁ ଗୋ ଚାଲାଣ କରୁଥିବା ଏକ ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଗାଡ଼ି କୁ କାଶଂବାହାଲ ପୋଲିସ ଜବତ କରିବା ସହ ଚାଲାଣ ହେଉଥିବା ୯ ଟି ଗୋରୁ କୁ ପୋଲିସ ଉଦ୍ଧାର କରିଛି। ଏହି ବିଷୟରେ ରାଜଗାଙ୍ଗପୁର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି