This browser does not support the video element.
ଅନୁଗୋଳ: ତୁରଙ୍ଗ ଗ୍ରାମରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Anugul, Angul | Aug 21, 2025
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତର ଜଣ ଙ୍କ ହେଲେ ଅରକ୍ଷିତ ସାହୁ (୫୫) । ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ ତୁରଙ୍ଗ ଗ୍ରାମରେ ଅରକ୍ଷିତ ସାହୁ ନିଜ ଘରେ ରୋଷେଇ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ଅରକ୍ଷିତ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି। ଅରକ୍ଷିତ ଙ୍କର ଦୁଇ ହାତ, ଛାତି, ମୁହଁ ପୋଡି ଯାଇଛି।