This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ପୌରପରିଷଦରେ ଗ୍ରୀନ ଫିଲ୍ଡ ଷ୍ଟ୍ରିଟ ଲାଇଟ୍ ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ
Orient, Jharsuguda | Sep 6, 2025
ଝାରସୁଗୁଡା ପୌରପରିଷଦରେ ଗ୍ରୀନ ଫିଲ୍ଡ ଷ୍ଟ୍ରିଟ ଲାଇଟ୍ ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଶନିବାର ଅପରାହ୍ନ ପ୍ରାୟ ୨ ଟା ରୁ ୨ ଟା ୩୦ ମଧ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ଶୁଭ ଶୀଳାନ୍ୟାସ କରିଛନ୍ତି l ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ଵାଣ, ଝାରସୁଗୁଡା ନଗରପାଳ ରାନୀ ହାତୀ ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବି ଝାରସୁଗୁଡାବାସୀ ଉପସ୍ଥିତ ଥିଲେ l