This browser does not support the video element.
ଯାଜପୁର: ଛତିଆ କଲେଜ ନିକଟରେ ଅଘଟଣ,ଆମ୍ବୁଲାନ୍ସ ପଛ ପଟୁ ଧକ୍କା ଦେଲା ଟ୍ରକ,ଦୁଇଜଣ ଗୁରୁତର
Jajapur, Jajpur | Sep 1, 2025
ଛତିଆ କଲେଜ ନିକଟରେ ଅଘଟଣ,ଆମ୍ବୁଲାନ୍ସ ପଛ ପଟୁ ଧକ୍କା ଦେଲା ଟ୍ରକ,ଦୁଇଜଣ ଗୁରୁତର, ବୈରୀ ପୋଲିସର ତଦନ୍ତ ଆରମ୍ଭ l ବିଂଝାରପୁରରୁ କଟକ ଅଭିମୁଖେ ଏକ ଆମ୍ବୁଲାନ୍ସ ଗାଡି ଜାଉଥୁଲା l ହଠାତ ଛତିଆ କଲେଜ ନିକଟରେ ଏକ ଟ୍ରକ ଗାଡି ଦ୍ରୁତଗତିରେ ଆସି ଆମ୍ବୁଲାନ୍ସ ଗାଡିର ପଛପଟୁ ଧକ୍କା ଦେଇଥିଲା l ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଭିତରେ ବସିଥିବା ରୋଗୀ ଦୁଇଜଣ ଗୁରୁତର ହେଇଯାଇଥିଲେ l ଦୁର୍ଘଟଣା ଖବର ପାଇ ବୈରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିଲେ l ଏଥିସହିତ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଥାନାକୁ ନେଇ ଯାଇଥିଲେ l