Download Now Banner

This browser does not support the video element.

ବଡସାହି: ୧୮ନଂ ଜାତୀୟରାଜପଥ ଆଗ୍ରିଆଛକରେ ରାସ୍ତା ଅତିକ୍ରମ କରୁଥିବା ପଥଚାରୀ ଯୁବକଙ୍କୁ ଧକ୍କାଦେଲା ଦ୍ରୁତଗାମୀ କାର,ଗୁରୁତର ଯୁବକ ବାରିପଦା ସ୍ଥାନାନ୍ତର

Barsahi, Mayurbhanj | Sep 7, 2025
୧୮ନଂ ଜାତୀୟରାଜପଥ ଆଗ୍ରିଆ ଛକରେ ରବିବାର ରାତି ସାଢେ ଦଶଟାରେ ଏକ ଦ୍ରୁତଗାମୀ କାର ଧକ୍କାରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଆଗ୍ରିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ପୁଅ ଦିଲ୍ଲୀପ ସିଂହ ଆଗ୍ରିଆ ଛକରେ ଚାଲିଚାଲି ରାସ୍ତାପାରି ହେଉଥିବା ବେଳେ ଏକ ଦ୍ରୁତଗାମୀ ଇନୋଭା କାର ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା l ଗୁରୁତର ଦିଲ୍ଲୀପଙ୍କୁ ଉଦ୍ଧାରକରି ସ୍ଥାନୀୟଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l
Read More News
T & CPrivacy PolicyContact Us