This browser does not support the video element.
କଣ୍ଟାବାଞ୍ଜି: ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ କୁ ଗିରଫ ଦାବିରେ ମୁରିବାହାଲ ଥାନା ଘେରାଉ
Kantabanji, Balangir | Sep 4, 2025
ମୁରିବାହାଲ ଥାନା ଡେଙ୍ଗପଦର ଗ୍ରାମର ସନ୍ତୋଷ ପରାଭୋଇକୁ ଛୁରୀ ଭୂଷି ହତ୍ୟା ଘଟଣାରେ ୩ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତକ ସନ୍ତୋଷ ପରାଭୋଇଙ୍କ ସ୍ତ୍ରୀ ଭବାନୀ ପରାଭୋଇକୁ ଗିରଫ ଦାବିରେ ପରିବାର ଓ ଗ୍ରାମବାସୀ ମୁରିବାହାଲ ଥାନା ଘେରାଉ କରିଛନ୍ତି। ମହୁଲପଡା ଗ୍ରାମର ସନ୍ତୋଷର ଶଳା ଓ ତାର ସାଙ୍ଗ ମିଶି ହତ୍ୟାକରି ରାତିରେ ଫେରାର ମାରିଥିଲେ। ପୋଲିସର ପଚରା ଉଚରା ସମୟରେ ମୃତକ ଙ୍କ ସ୍ତ୍ରୀ ଅସୁସ୍ଥ ହେବା ପରେ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।