This browser does not support the video element.
ଓରିଏଣ୍ଟ: ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ରେ ଦୁର୍ଘଟଣା
Orient, Jharsuguda | Aug 24, 2025
ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ରେ ଦୁର୍ଘଟଣା l ଆଜି ରବିବାର ଅପରାହ୍ନ ପ୍ରାୟ ୨ ଟା ରେ ଏହି ଦୁର୍ଘଟଣା ଘଟିଛି l ମହାସିଂ ସିଂହ ଢ଼ାବା ନିକଟ ଟାୟାର ଦୋକାନରେ ଛିଡ଼ା ହୋଇଥିବା ଏକ ଟ୍ରଲର ସହ ପଞ୍ଚଗାଁ ପଟୁ ଆସୁଥିବା ଏକ ସ୍କୁଟି ଗାଡ଼ି ପିଟି ହୋଇଥିଲା l ଫଳରେ ଜାମଗାଁ ପଞ୍ଚାୟତ ଲଛିପାଲି ଗାଁର ଜୟରାମ ରୋହିଦାସ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଲଖନପୁର ଏବଂ ପରେ ଝାରସୁଗୁଡ଼ା ଡାକ୍ତରଖାନାକୁ ନେଇଥିଲେ ।