This browser does not support the video element.
ନୂଆପଡା: ତିଖାଲି ଠାରେ ଜିଲ୍ଲା କାଠ ମିସ୍ତ୍ରୀ ସଂଘର ନୂଆଁଖାଇ ଭେଟଘାଟ ଓ ବିଶ୍ଵକର୍ମା ପୂଜା ବୈଠକ ଅନୁଷ୍ଠିତ
Nuapada, Nuapada | Sep 10, 2025
ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଠାରେ ନୂଆପଡ଼ା ଜିଲ୍ଲା କାଠମିସ୍ତ୍ରୀ ସଂଘର ଏକ ବୈଠକ ଆଜି ୩ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆଖାଇ ଭେଟଘାଟ ପାଳନ ସହ ବିଶ୍ଵକର୍ମା ପୂଜା ପାଳନ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା। ସଭାପତି ମୋହନ ଭୋଇ, ଉପ ସଭାପତି ମାନୋହର ପଟେଲ, ସମ୍ପାଦକ ବନମାଳୀ ଦାସ, ସହ ସମ୍ପାଦକ ନରେନ୍ଦ୍ର ଶବର, କୋଷାଧ୍ୟକ୍ଷ ଘନଶ୍ୟାମ ବାଗ, ଅଶୋକ ରଣା, ହିରନ୍ୟ ମଲ୍ଲିକ, ମୋହନ ବାରିକ, ଦେବାନନ୍ଦ ବିନ୍ଧାଣୀ, ମହେଶ୍ବର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।