This browser does not support the video element.
ଅନୁଗୋଳ: ପୁରୁଣାକୋଟ ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ
Anugul, Angul | Sep 9, 2025
ଅନୁଗୋଳ ବ୍ଲକ ପୁରୁଣାକୋଟ ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ପୁରୁଣାକୋଟ ଗ୍ରାମର ଚେରୁ ନାୟକଙ୍କ ୧୨ ବର୍ଷର ପୁଅ ଚନ୍ଦନ ନାୟକ ତାଙ୍କ ମା ସହିତ ସୋମବାର ରାତିରେ ଘର ଭିତରେ ମଶାରୀ ଟାଣି ସୋଇଥିଲେ। କିନ୍ତୁ ରାତି ପ୍ରାୟ ୧୧ ଟା ବେଳେ ଗୋଟିଏ ଚୀତୀ ସାପ ଚନ୍ଦନଙ୍କ ଉପରେ ଚଢି ଯାଇଥିବା ଦେଖିଥିଲେ। ଫଳରେ ସାପକୁ ପରିବାର ଲୋକ ମାରି ଦେଇଥିଲେ। ଚନ୍ଦନକୁ ସାପ କାମୁଡି ଥିବା ସଂଦେହ କରି ଝଡାଫୁଙ୍କା କରିଥିଲେ। ରାତି ତିନିଟା ବେଳେ ଅବସ୍ଥା ଗୁରୁତର ହେବାରୁ ଗୋଟିଏ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ସକାଳ ସାତଟା ବେଳେ ଭର୍ତ୍ତ