This browser does not support the video element.
ବରଗଡ: ପଧାନପାଲି ଠାରେ ପଧାନପାଲିରୁ ଜମୁର୍ଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବରଗଡ ବିଧାୟକ
Bargarh, Bargarh (Baragarh) | Sep 10, 2025
ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଅନୁମୋଦିତ ୩ କୋଟି ଟଙ୍କା ଅନୁଦାନରେ ବରଗଡ଼ ଅନ୍ତର୍ଗତ ପଧାନପାଲିରୁ ଜମୁର୍ଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି | ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି | ଏହି ଅବସରରେ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା କରିଥିଲେ | ଏହି ରାସ୍ତା ଦ୍ୱାରା ଗ୍ରାମବାସୀ ବହୁ ଉପକୃତ ହୋଇପାରିବେ ବୋଲି ବିଧାୟକ ଜଣାଇଛନ୍ତି ।