This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ଥାନାରେ ବିଭିନ୍ନ ଗଣେଶ ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ଶାନ୍ତି ବୈଠକ ଅନୁଷ୍ଠିତ
Titlagarh, Balangir | Aug 23, 2025
ଟିଟିଲାଗଡ଼ - ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନାରେ ଏସଡିପିଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ଆଗାମୀ ଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଧୁମଧାମରେ ପାଳନ କରାଯିବ ସେ ନେଇ ସହରର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି ଓ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ସଦସ୍ୟଙ୍କୁ ବେଆଇନ କି ଜୋର୍ ଜବରଦସ୍ତି ଭାବେ ଚାନ୍ଦା ଆଦାୟ ନ କରିବାକୁ ଅଥବା ୧୧୨ କୁ ଯଦି କିଏ ଫୋନ କରି ଅଭିଯୋଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।