Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦି ଓ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ

Dhenkanal Sadar, Dhenkanal | Aug 1, 2025
ଢେଙ୍କାନାଳ ଜିଲ୍ଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦି ପରିଦର୍ଶନରେ ଆଜି ତା ୧।୮ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଢେଙ୍କାନାଳ ନୂତନ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଆସିଥିଲେ। ଜିଲ୍ଲାପାଳ ଦାୟିତ୍ଵ ନେବା ପରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ପ୍ରଥମେ କପିଳାସ ପୀଠରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ସହିତ ପୀଠ ପରିଚାଳନା କର୍ମକର୍ତ୍ତା ମାନଙ୍କ ସହିତ ପୀଠର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ଯୋରନ୍ଦା ମହିମା ଗାଦି ପରିଦର୍ଶନରେ ଆସି ମହିମାଗାଦି ଗାଦିମନ୍ଦିର ସମେତ ସମସ୍ତ ଉପାସନା ପୀଠ ଦର୍ଶନ କରିଥିଲେ।
Read More News
T & CPrivacy PolicyContact Us