This browser does not support the video element.
ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ
Baudh Sadar, Boudh (Bauda) | Sep 10, 2025
ବୁଧବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି l ଅନେକ କର୍ମଚାରୀ 10/12 ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ନିଯୁକ୍ତି ପତ୍ର ନମିଳିବା, ସେମାନଙ୍କ EPF /ESI ର ତଥ୍ୟ ମିଳୁ ନଥିବା, ନିୟମିତ ଦରମା ନମିଳିବା, ସରକାର ଦରମା ବ୍ରୁଦ୍ଧି କରିଥିଲେ ମଧ୍ୟ ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ମିଳୁ ନଥିବା ଆଦି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି |