This browser does not support the video element.
ଉଦଳା: ଉଦଳା ଏନଏସିର ୪ ନମ୍ବର ୱାର୍ଡରେ ଶିକ୍ଷକ ଦୈତାରୀ ବିନ୍ଧାଣୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
Udala, Mayurbhanj | Oct 14, 2024
ଉଦଳା - ଶାଢ଼ୀ ଢାଙ୍କି ହୋଇ ଘରେ ପଶିଲେ, ସିସିଟିଭି କୁ ଶାଢ଼ୀରେ ଢାଙ୍କି ଘରେ ବୁଲାଇଲେ କଳାକନା । ଉଦଳା ଥାନା ଏନଏନସି ୪ ନମ୍ବର ୱାର୍ଡରେ ଶିକ୍ଷକ ଦୈତାରୀ ବିନ୍ଧାଣୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ଉଦଳା ପୋଲିସ ତଦନ୍ତ ଆରମ୍ଭ । ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଶ୍ରୀ ବିନ୍ଧାଣୀ ବାଲେଶ୍ବର ଅଞ୍ଚଳକୁ ଯାଇଥିଲେ । ତେବେ ଆଜି ସକାଳେ ୯.୩୦ ସମୟରେ ଘରକୁ ଫେରି ଦେଖନ୍ତି ତ ଘରେ ହୋଇଛି ଚୋରି । ପରବର୍ତ୍ତୀ ସମୟରେ ଉଦଳା ପୋଲିସ କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।