This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫୁଟ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି
Bhubaneswar M Corp, Khordha | Aug 24, 2025
ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫୁଟ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି | ଆଜି 11.12ରେ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫୁଟ ଓଭର ବ୍ରିଜରେ ଫସିଗଲେ ବ୍ୟକ୍ତି । ଅଣନିଃଶ୍ୱାସୀ ହୋଇ ଉଦ୍ଧାର ହେଲେ ନୟାପଲ୍ଲୀର ଶୁଭାଶିଷ ମହାରଣା । ସକାଳୁ ସକାଳୁ ବାପାଙ୍କୁ ରାସ୍ତା ପାର କରାଇ ଛାଡ଼ିବା ପରେ ଫୁଟ ଓଭରବ୍ରିଜ ଦେଇ ଆସୁଥିଲେ । ଆଉ ଠିକ୍ ସେତେବେଳେ ଲିଫ୍ଟରେ ଅଟକି ଯାଇଥିଲେ ବ୍ୟକ୍ତି ଜଣକ । ଅନେକ ସମୟ ପରେ ପୁଲିସ ଆସି ଲିଫ୍ଟରୁ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତିଜଣଙ୍କୁ ପରିବାର ସହ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।