This browser does not support the video element.
ନୂଆପଡା: ଖଡ଼ିଆଳ ସହରର ରାଜାପଡ଼ା ଦୁର୍ଗାପୂଜା ମଣ୍ଡପରେ ମାଁ ଦୁର୍ଗାଙ୍କ ମହାଗୌରୀ ବେଶ
Nuapada, Nuapada | Sep 29, 2025
ନବରାତ୍ରୀ ଦୁର୍ଗାପୂଜା ଉପଲକ୍ଷେ ଜିଲାର ଖଡ଼ିଆଳ ସହର ବେଶ ଚଳଚଂଚଳ ହୋଇଉଠିଛି । ଚଳିତବର୍ଷ ଖଡ଼ିଆଳ ରାଜାପଡ଼ା ଦୂର୍ଗାପୂଜା କମିଟି ତରଫରୁ ମା ଦୁର୍ଗାଙ୍କ ନବରାତ୍ରୀ ଦୁର୍ଗାପୂଜାକୁ ବହୁ ଯାକଯମକରେ ପାଳନ କରାଯାଉଛି । ରାଜାପଡା ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିବାରେ ଲାଗିଛି । ଏଠାରେ ସବୁ ଦିନ ଜଗତଜନନୀ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ବେଶରେ ଷୋଡ଼ଶ ଉପଚାରରେ ପୂଜା କରାଯାଉଛି । ଆଜି ୭ ଟାରେ ମାଁଙ୍କୁ ମହାଗୌରୀ ବେଶରେ ପୂଜା କରାଯାଉଛି।