This browser does not support the video element.
କଣ୍ଟାମାଳ: ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Kantamal, Boudh (Bauda) | Sep 9, 2025
ମଙ୍ଗଳବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଟ୍ରକ ମାଲିକ ମହାସଂଘର ରାଜ୍ୟ ଉପ ସଭାପତି ଭାବେ ଶିବ ପ୍ରସାଦ ମିଶ୍ର ନିର୍ବାଚିତ ହେବା ପରେ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରା ଯାଇଥିଲା l ଶ୍ରୀ ମିଶ୍ର ବୌଦ୍ଧ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ବେଳେ ରାଜ୍ୟ ଉପ ସଭାପତି ନିର୍ବାଚିତ ହେବା ପରେ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି |