Download Now Banner

This browser does not support the video element.

ଦେବଗଡ: ରିଆମାଳ ଓ ତିଲେଇବଣି ବ୍ଲକରେ ଗୁରୁବାର ସକାଳ ୭ ରୁ ଦିନ ୪ ବିଦ୍ୟୁତ ସେବା ବନ୍ଦ ରହିବ

Debagarh, Debagarh (Deogarh) | Oct 8, 2025
ଦେବଗଡ ଜିଲ୍ଲା ରିଆମାଳ ଏବଂ ତିଲେଇବଣି ବ୍ଲକରେ ଆସନ୍ତାକାଲି ତଥା ଗୁରୁବାର ସକାଳ ୭ ରୁ ଦିନ ୪ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ । ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ ଓପିଟିସିଏଲ ପକ୍ଷରୁ ଦେବଗଡ ଏବଂ ରେଙ୍ଗାଲି ଗ୍ରୀଡ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଦ୍ୟୁତ ସେବା ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଏନେଇ ପ୍ରେସ ବିବୃତୀ ଯୋଗେ ସୂଚନା ଦିଆଯାଇଛି । ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ ସେବା ପାଇଁ ମରାମତି କାର୍ଯ୍ୟ ଜରୁରୀ ଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି କୁହାଜାଇଛି ।
Read More News
T & CPrivacy PolicyContact Us