This browser does not support the video element.
ଦେବଗଡ: ବଳମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ଦୁଇ ଆହତ
Debagarh, Debagarh (Deogarh) | Aug 31, 2025
ଦେବଗଡ ଥାନା ଅନ୍ତର୍ଗତ ବଳମ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ଏବଂ ଆଉ ଜଣେ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଦେବଗଡ ରୁ ବାରକୋଟ ଅଭିମୁଖେ ଏକ ବାଇକ ଯୋଗେ ୪ ଜଣ ଯୁବକ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଦୁର୍ଘଟଣାରେ ମାକରମୁଣ୍ଡା ଗ୍ରାମର ମନ ହେମ୍ରମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଗୋଟିଏ ହାତରେ ଗୁରୁତର ଆଘାତ ଲାଗିଛି ।