This browser does not support the video element.
କେନ୍ଦ୍ରାପଡା: ମାର୍ଶାଘାଇକୁ ଏନଏସି ମାନ୍ୟତା ପ୍ରସଙ୍ଗ,ଜିଲାପାଳଙ୍କୁ ତଥ୍ୟ ମାଗିଲା ନଗର ଉନୟନ ବିଭାଗ, ଜିଲ୍ଲାପାଳ କାର୍ଯ୍ୟାଳୟର ସୂଚନା
Kendrapara, Kendrapara | Sep 3, 2025
ମାର୍ଶାଘାଇ କୁ ଏନ୍ଏସି ମାନ୍ୟତା ପ୍ରସଙ୍ଗ ଳ ବିଧାୟକଙ୍କ ପତ୍ର ଅନୁସାରେ ଜିଲ୍ଲା ପ୍ରଶାସନକୁ ତଥ୍ୟ ମାଗିଲା ନଗରଉନ୍ନୟନ ବିଭାଗ।ମାର୍ଶାଘାଇ କୁ ଏନଏସି ର ମାନ୍ୟତା ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ ନଗର ଉନ୍ନୟନ ବିଭାଗ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଚିଠି କରିଛି l ନଗର ଉନ୍ନୟନ ବିଭାଗ ଅଣ୍ଡର ସେକ୍ରେଟାରୀ ଦୁର୍ଯ୍ୟୋଧନ ପାତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି l ମାର୍ଶାଘାଇକୁ ଏନଏସି ମାନ୍ୟତା ପ୍ରଦାନ କରିବାକୁ ମହାକାଳପଡ଼ା ବିଧାୟକ ଡ଼ଃ ଦୁର୍ଗା ପ୍ରସନ ନାୟକ ଦାବୀ କରି ସରକାରଙ୍କୁ ପତ୍ର ଲେଖିଥିଲେ l