This browser does not support the video element.
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡରୁ ଜାତୀୟ କ୍ରୀଡା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ
Kendrapara, Kendrapara | Aug 31, 2025
ଜାତୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ l କେନ୍ଦ୍ରାପଡ଼ା ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ ) ତରଫରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମାପ୍ତ ହୋଇଥିଲା | ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ |