This browser does not support the video element.
କଣ୍ଟାମାଳ: ବାଉଁଶୁଣୀ ଅଞ୍ଚଳରେ 600 ଟଙ୍କାରେ ବିକ୍ରି ହେଉଛି ୟୂରିଆ ସାର, ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କିଣୁଛନ୍ତି ଚାଷୀ
Kantamal, Boudh (Bauda) | Sep 7, 2025
ରବିବାର ଦିନ ବୌଦ୍ଧ ବ୍ଲକ ବାଉଁଶୁଣୀ ଅଞ୍ଚଳରେ ୟୂରିଆ ସାର ବସ୍ତା ପ୍ରତି କଳା ବଜାରରେ 600 ଟଙ୍କାରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି | ସେହିପରି ସାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଦନ୍ତାପାଲି ଗ୍ରାମର ଜନୈକ ବ୍ୟବସାୟୀ 266 ଟଙ୍କା ବସ୍ତା ପ୍ରତି ଦର ଥିବା ୟୂରିଆ ବିକ୍ରି କରୁଥିବା ବେଳେ ଚାଷୀ କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି |