This browser does not support the video element.
ବୌଦ୍ଧ ସଦର: ମାଧପୁର ଏସସି-ଏସଟି କଲ୍ୟାଣ ବିଭାଗ ସ୍କୁଲ ପରିଦର୍ଶନ କଲେ ହରଭଙ୍ଗା ବିଡ଼ିଓ
Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣୀ ଗଡ ଗ୍ରାମ ପଞ୍ଚାୟତ ମାଧପୁର ଠାରେ ଥିବା ଏସସି ଏସଟି କଲ୍ୟାଣ ବିଭାଗ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିଛନ୍ତି ହରଭଙ୍ଗା ବିଡ଼ିଓ l ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ ବିଦ୍ଯାଳୟକୁ ପରିଦର୍ଶନରେ ଯାଇ ଶିକ୍ଷାଦାନ, ଭିତ୍ତିଭୂମି, ପରିସ୍କାର ପରିଚ୍ଛନ୍ନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ | ବିଦ୍ୟାଳୟରେ କାଠ ଚୁଲାରେ ପିଲାଙ୍କ ଖାଦ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଦେଖି ବିଡ଼ିଓ ଶ୍ରୀ ପ୍ରଧାନ ଅସନ୍ତୋଷ ପ୍ରକାଶ କରିଥିଲେ |